ପ୍ରମୂଖ ଖବର
  • କେନ୍ଦୁଝର : ପୋଖରୀରେ‌ ଗାଧୋଇବା ବେଳେ ଅଘଟଣ; ଗଭୀର ପାଣିରେ ବୁଡି ପୁଅ, ଝିଅ ସହ ମାଙ୍କ ମୃତ୍ୟୁ
  • ||
  • ନବରଙ୍ଗପୁର : ଗୁରୁସିଙ୍ଗା ଜଙ୍ଗଲରୁ ନିଖୋଜ ନାବାଳକର ଗଳିତ ମୃତଦେହ ଠାବ, କାରଣ ଅସ୍ପଷ୍ଟ
  • ||
  • ନୟାଗଡ : ବିପୁଳ ପରିମାଣର କଫ୍ ସିରଫ ଜବତ, ୩ ଅଟକ
  • ||
  • ବାତ୍ୟା ପାଇଁ ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବାତିଲ, ଜାରି ହେଲା ହେଲ୍ପ ଲାଇନ ନମ୍ୱର
  • ||
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା ପରେ ପୋଖରୀରେ ଫୋପାଡ଼ିଲା ସ୍ୱାମୀ

 ରାଇଘର ,୨୦।୧୦ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ହତ୍ୟା  କରିବା ପରେ ପୋଖରୀରେ ଭିଙ୍ଗି ଦେଲା।  କୁନ୍ଦେଇ ଥାନା ଅଧୀନରେ ଥିବା ଖିଲୋଲି ଗ୍ରାମରେ ଏହି ଘଟଣା ଘଟିଛି। ପୋଲିସ ମୃତଦେହ ଉଦ୍ଧାର କରିବା ସହ ସ୍ବାମୀକୁ ଗିରଫ କରିଛି । ମୃତ ମହିଳା ଜଣକ ହେଲେ ରଜନ ବାଇ ଗଣ୍ଡ ।

କୁନ୍ଦେଇ ପଞ୍ଚାୟତ ର ଖିଲୋଲି ଗ୍ରାମର ମହାଂଗୁ ଗଣ୍ଡ ସବୁବେଳେ ତାଙ୍କ ସ୍ତ୍ରୀ ଉପରେ ସନ୍ଦେହ କରିଆସୁଥିଲା । ୧୬ ତାରିଖ ଦିନ ସନ୍ଦେହ ଚରମ ସୀମାରେ ପହଞ୍ଚିଥିଲା । ଉଭୟେ ସ୍ୱାମୀ ମହାଂଗୁ ଏବଂ ସ୍ତ୍ରୀ ରଜନ ବାଇ ଗଣ୍ଡ ଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ଶେଷରେ ମହାଂଗୁ ସ୍ତ୍ରୀ ରଜନ ବାଇଙ୍କୁ ତାଙ୍କ ବାପ ଘରେ ଛାଡ଼ିଦେବ କହି ସାଥୀରେ ନେଇ ଯାଇଥିଲା।  ବାପ ଘରକୁ ଯିବା ସମୟରେ ସୀମରଡ଼ିହି ଓ ଖିଲୋଲି ରାସ୍ତା ମଝିରେ ନିଛାଟିଆ ଜଙ୍ଗଲ ରାସ୍ତାରେ ରଜନ ବାଇର ତଣ୍ଟି ଚିପି ମାରିଦେଇଥିଲା ମହାଂଗୁ । ଏହି ଘଟଣାକୁ ଲୁଚାଇବାକୁ ଯୋଜନା ପ୍ରସ୍ତୁତ କରି ଘରକୁ ଆସି ସାଇକଲ ନେଇ ଥିଲା । ସେହି ସାଇକେଲରେ ରଜନ ମରଶରୀରକୁ ଲଦି ଏକ ଟ୍ୟୁବ ରେ ବାନ୍ଧି  କିଛି ଦୂରରେ ଥିବା ସୀମରଡ଼ିହି ପୋଖରୀରେ ପଥର ବାନ୍ଧି ଫୋପାଡ଼ି ଦେଇଥିଲା । ୧୮ ତାରିଖ ଦିନ ସେହି ଗ୍ରାମର କିଛି ଗାଈ ଚାରାଳୀ ପୋଖରୀ ନିକଟରେ ଗାଈ ଚରାଇବା ସମୟରେ ଦେଖିବାକୁ ପାଇଥିଲେ ପୋଖରୀରେ ଏକ ମୃତଦେହ ଭାସୁଛି । ଏହି କଥା ସୀମରଡ଼ିହି ଗ୍ରାମରେ ଯାଇ ଜଣାଇଥିଲେ । ଗ୍ରାମବାସୀ  ମୃତଦେହ ଚିହ୍ନଟ କରିଥିଲେ।

ଏ ନେଇ  ପୋଖରୀ ମାଲିକ ସୁନ୍ଦର ଖୋସାରିୟକୁ କହିଥିଲେ  । ସୁନ୍ଦର ଯାଇ ରଜନ ବାଇର ଭାଇ ଭୋଲା ରାମ ଗଣ୍ଡଙ୍କୁ ତାଙ୍କ ଭଉଣୀ ପୋଖରୀରେ ଭାସୁଥିବା  କହିଥିଲେ। ଭୋଲା ରାମ ପୋଖରୀ ନିକଟକୁ ଯାଇ ଭଉଣୀର ମୃତଦେହ ଦେଖିଥିଲା ଏହା  ପରେ ମହାଂଗୁ ପାଖକୁ ଯାଇ ଭଉଣୀ କାହିଁ ପଚାରିବା ପରେ ଭିଣୋଇ ମହାଂଗୁ ମାରି ଫୋପାଡିବା କଥା କହିଥିଲା । ଏହା ପରେ କୁନ୍ଦେଇ ଥାନାରେ ଜଣାଇଥିଲା । ପୋଲିସ ଘଟଣାସ୍ଥଳକୁ ଯାଇ ମୃତ ଦେହ  ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।  ମହାଂଗୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.